ପୁରୀ ହାଜତ ମୃତ୍ୟୁ ମାମଲାରେ ବଦଳିଲେ ପୁରୀ ଏସପି ଅଖିଳେଶ୍ୱର ସିଂ , କେ.ବିଶାଳ ସିଂଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ୨୬/୧୧ର ବର୍ଷ ପୂର୍ତ୍ତି ଅବସରରେ ସମ୍ଭାବିତ ଆତଙ୍କବାଦୀ ଆକ୍ରମଣକୁ ବିଫଳ କରିବା ଲାଗି ସୁରକ୍ଷା ବଳଙ୍କ ପ୍ରଶଂସା କରାଯିବା ପରେ ଭାରତୀୟ ନୌସେନା ଶୁକ୍ରବାର କହିଛି ଯେ, ନୌସେନା ସମୁଦ୍ର ରାସ୍ତାରେ ଆତଙ୍କବାଦୀଙ୍କ କୌଣସି ପ୍ରକାରର ଆକ୍ରମଣ ମୁକାବିଲା କରିବାକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି । ଭାରତୀୟ ନୌସେନାର ଉପପ୍ରମୁଖ ଭାଇସ ଏଡମିରାଲ ଏମଏସ ପାୱାର ଦାବି କରିଛନ୍ତି ଯେ, ନୌସେନା ସମୁଦ୍ରରୁ ଆତଙ୍କବାଦୀଙ୍କ ଟାର୍ଗେଟକୁ ପୂରା ହେବାକୁ ଦେବ ନାହିଁ । 

ପାୱାର ଜାତୀୟ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି ଆଗାମୀ ୫ ଦିନ ପରେ ୨୬.୧୧କୁ ୧୨ ବର୍ଷ ପୂରିବ । ଏହି ଅବସରରେ ଆତଙ୍କବାଦୀମାନେ ଆଉଏକ ଷଡ଼ଯନ୍ତ୍ର କରୁଛନ୍ତି । କିନ୍ତୁ ଏଥର ସେମାନେ ନୌସେନାକୁ ହାଲୁକାରେ ନେଇପାରିବେ ନାହିଁ । ଏମିତିରେ ବି ଆମେ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ । ସେ କହିଛନ୍ତି ଯେ, ନୌସେନା ମଧ୍ୟ ଆତଙ୍କବାଦୀଙ୍କ ଠାରୁ ବର୍ତ୍ତିବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ପୂରା ଦେଶବାସୀଙ୍କୁ ଭରସା ଦେବାକୁ ଚାହିଁବି ଯେ, ଭାରତୀୟ ନୌସେନା ନିଜର ଅନ୍ୟ ଷ୍ଟେକହୋଲ୍ଡରଙ୍କ ସହିତ ଏକାଠି ହୋଇ ଯେକୌଣସି ଚ୍ୟାଲେଞ୍ଜକୁ ସମ୍ମୁଖୀନ ହୋଇପାରିବ । 

Leave a Reply

Your email address will not be published. Required fields are marked *