ଗୃହରେ ପୁଣି ହାଜତ ମୃତ୍ୟୁ ମାମଲା ଝଡ: ପୁରୀ ଏସପିଙ୍କ ବଦଳି କେବଳ ଏକ ଆଇଓ୍ୱାସ, ତାଙ୍କୁ ଦଣ୍ଡ ମିଳିବା ଦରକାର

ଭୁବନେଶ୍ୱର : ଆଜି ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ  । ଗୃହରେ ଉଠିଲା ହାଜତ ମୃତ୍ୟୁ ମାମଲା  ।   ହାଜତ ମୃତ୍ୟୁ ନେଇ ପୁରୀ ଏସପିଙ୍କ ବଦଳି କେବଳ ଏକ ଆଇଓ୍ୱାସ, ସେ ଦଣ୍ଡିତ ହେବା ଦରକାର ବୋଲି ବିରୋଧି ଦଳ ନେତା ଗୃହରେ କହିଛନ୍ତି  । ଏନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିରୋଧୀ ଦଳ ନେତା ।

ହାଜତ ମୃତ୍ୟୁ ନେଇ ସରଗରମ ରହିଛି ଗୃହ । ରାଜ୍ୟରେ ବିଗୁଡିଛି ଆଇନ ଶୃଙ୍ଖଳା ପରିସ୍ଥିତି । ଗୃହରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇଛନ୍ତି  । ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବୀ କଲେ ବିରୋଧୀ ଦଳ ନେତା  । ସମସ୍ତ କାର୍ଯ୍ୟସୂଚୀ ବାତିଲ କରି ମୋସନ ଆକାରରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଉ  । ପୁରୀ ଏସପିଙ୍କ ନିର୍ଦ୍ଦେଶରେ ଯୁବକଙ୍କୁ ଉଠାଇ ନେଇ ପିଟିପିଟି ମାରିଦେଲେ  । ପରମ୍ପରାରେ ଶବଦାହ ମଧ୍ୟ କରାଗଲାନାହିଁ  । ଏହା ଦେଖିଥିବା ଲୋକଙ୍କୁ ବ୍ରହ୍ମଗିରି ଥାନାକୁ ନିଆଗଲା   । ଏହି କାର୍ଯ୍ୟରେ ସଂପୃକ୍ତ ଆଇଏସ ଓ ଆଇପିଏସଙ୍କୁ ସରକାର ଆଉ କେତେଦିନ ବଞ୍ଚାଇବେ  । ପୁରୀ ଏସପିଙ୍କ ବଦଳି କେବଳ ଏକ ଆଇଓ୍ୱାସ, ସେ ଦଣ୍ଡିତ ହେବା ଦରକାର  ।

Leave a Reply

Your email address will not be published. Required fields are marked *