ଇଡି ତଦନ୍ତରେ ହେଲା ଗୁରୁତ୍ବପୂର୍ଣ୍ଣ ଖୁଲାସା: ସୁଶାନ୍ତ ସିଂହ ରାଜପୁତଙ୍କୁ ଦିଆଯାଇଥିଲା ୧୭କୋଟି ଟଙ୍କା

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମାମଲାରେ ପୁଣି ଥରେ ତଦନ୍ତ ଜୋରସୋରରେ ଚାଲିଛି। ସୁଶାନ୍ତଙ୍କୁ ଦିଆଯାଇଥିବା କୋଟି କୋଟି ଟଙ୍କାର ପେ‌ମେଣ୍ଟକୁ ନେଇ ଏକ ‌ତଥ୍ୟ ଇଡି ହାତରେ ଲାଗିଛି। ସୂଚନା ଅନୁଯାୟୀ ସୁଶାନ୍ତଙ୍କୁ ତାଙ୍କର ଏକ ଫିଲ୍ମ ପାଇଁ ସନ୍ଦିଗ୍ଧ ପେମେଣ୍ଟ କରାଯାଇଥିଲା। ଏହି ରକମ ୧୭କୋଟି ଟଙ୍କା ବୋଲି କୁହାଯାଉଛି।

୧୭କୋଟି ଟଙ୍କାର ଏହି ପେମେଣ୍ଟ ୨୦୧୭ମସିହାରେ ସୁଶାନ୍ତଙ୍କ ଫିଲ୍ମ ରାବତା ପାଇଁ କରାଯାଇଥିଲା। ଇଡି ଫିଲ୍ମର ପ୍ରଡ୍ୟୁସର ଦିନେଶ ବିଜାନଙ୍କୁ ଗତ ମାସରେ ଏବିଷୟରେ ପଚରାଉଚୁରା କରି ସାରିଛି। ଦିନେଶଙ୍କୁ ପେମେଣ୍ଟ ସମ୍ବନ୍ଧୀୟ କିଛି କାଗଜପତ୍ର ଜମା କରିବାକୁ କୁହାଯାଇଥିଲା। ସେ ହଙ୍ଗେରୀରେ ସୁଟ୍ ହୋଇଥିବା ଫିଲ୍ମର ଓଭରସିଜ ସୁଟ୍ ବଜେଟର ଡିଟେଲ୍ ଜମା କରି ପାରିନଥିଲେ। ତେବେ ଏହି ପେମେଣ୍ଟକୁ ନେଇ ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *