ଆମେରିକା ସହ ୫ ଦେଶକୁ ଧମକ ଦେଲା ଡ୍ରାଗନ୍, କହିଲା ଆଖି ଫୁଟାଇ ଦେବୁ

ଦିଲ୍ଲୀ : ହଙ୍ଗକଙ୍ଗ ପ୍ରସଙ୍ଗରେ ଚାରି ଦିଗରୁ ସମାଲୋଚନା ଶିକାର ହେଉଛି ଚୀନ୍ । ଏହାକୁ ନେଇ ଏବେ ଡ୍ରାଗନ୍ ଅନ୍ୟ ଦେଶକୁ ଧମକ ଦେବା ଆରମ୍ଭ କଲାଣି । ଚୀନ୍ ଏବେ ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ କାନାଡାକୁ ଧମକ ଦେଇଛି । ଏପରିକି ଏହି ଦେଶଙ୍କ ଆଖି ଫୁଟାଇ ଦେବ ବୋଲି ମଧ୍ୟ କହିଛି ।

ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ଏବଂ ନ୍ୟୁଜିଲ୍ୟାଣ୍ଡ ଦ୍ୱାରା ହଂକଂ ଉପରେ ଦିଆଯାଇଥିବା ବିବୃତ୍ତି ଉପରେ ଚୀନ୍ ବୌଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ ପ୍ରତିକ୍ରିୟା ରଖିଛନ୍ତି ଯେ ଗୁପ୍ତଚର ସହଭାଗୀତା ପାଇଁ ଏହି ପାଞ୍ଚଟି ଦେଶ ମିଳିତ ହୋଇଛନ୍ତି, ଯାହାକୁ ‘ପାଞ୍ଚ ଆଖି’ କୁହାଯାଏ। ତେବେ  ଏଥିରେ କୌଣସି ଫରକ ପଡ଼ିବନି ତାଙ୍କର ପାଂଚ ଆଖି ଅଛି କି ଦଶ ଅଛି ଯଦି ସେମାନେ ଚୀନର ସାର୍ବଭୌମତ୍ୱ, ସୁରକ୍ଷା ଏବଂ ବିକାଶର ବାଧା ସ୍ୱଷ୍ଟି କରନ୍ତି, ତେବେ ସେମାନେ ଜାଣିବା ଉଚିତ୍ ଯେ ସେମାନଙ୍କର ଆଖି ଆଉ ରହିବନି ।

ସୁଚନା ଅନୁସାରେ , ୧୯୯୭ ରେ ଏକ ଚୁକ୍ତିନାମା ଅନୁଯାୟୀ ବ୍ରିଟେନ ପ୍ରାୟ ୭.୫ ନିୟୁତ ଜନସଂଖ୍ୟା ବିଶିଷ୍ଟ ହଂକଂକୁ ଚୀନ୍‌କୁ ଦେଇଥିଲା, କିନ୍ତୁ ଚୁକ୍ତିନାମା ଅନୁଯାୟୀ ୫୦ ବର୍ଷ ପରେ ହଂକଂକୁ ସ୍ଥାନୀୟ କାର‌୍ୟ୍ୟରେ ସ୍ୱାଧିନତା ଦିଆଯିବ।

Leave a Reply

Your email address will not be published. Required fields are marked *