ତାମିନଲାନାଡୁର ଏହି ନେତାଙ୍କ ଦଳ ଜିତିଲେ ଗୃହିଣୀଙ୍କୁ ମିଳିବ ଭତ୍ତା!

ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନଙ୍କ ପାର୍ଟି ବଷ ଘୋଷଣା କରିଛି । କମଲ ହାସନ ପ୍ରତିଶୃତି ଦେଇଛନ୍ତି ଯେ, ଯଦି ତାଙ୍କର ପାର୍ଟି ମକ୍କଲ ନିଧି ମୟମ (ଏମ୍‌ଏନ୍‌ଏମ୍‌) ୨୦୨୧ରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବ, ଗୃହିଣୀଙ୍କୁ ଘରର କାମକାର୍ଯ୍ୟ ପାଇଁ ଟଙ୍କା ଅଥବା ଭତ୍ତା ଦିଆଯିବ । ଏଥି ସହିତ ସମସ୍ତ ଘରେ ହାଇସ୍ପିଡ ଇଣ୍ଟରନେଟ ସେବା ଓ ଚାଷୀଙ୍କୁ କୃଷି ଆଧାରିତ ଉଦ୍ୟୋଗ ମାଧ୍ୟମରେ ସଶକ୍ତ କରାଯିବ ।

ପାର୍ଟିର ୭ଟି ପ୍ରସଙ୍ଗରେ ଘୋଷଣା ପତ୍ର ‘ଶାସନ ଓ ଆର୍ଥିକ ଏଜେଣ୍ଡା’ ଜାରି କରି କମଲ ହାସନ କହିଛନ୍ତି ଯେ, ଗରିବୀ ରେଖା ତଳେ ଜୀବନ ବିତାଉଥିବା ଲୋକଙ୍କୁ ‘ସମୃଦ୍ଧି ରେଖା’ରେ ରଖାଯିବ । ପାର୍ଟିର ଏଜେଣ୍ଡାରେ କୁହାଯାଇଛି ଯେ, ଗୃହିଣୀମାନଙ୍କୁ ଟଙ୍କା ଦେଇ ସେମାନଙ୍କ ଦ୍ୱାରା କରାଯାଉଥିବା କାମକୁ ପରିଚୟ ଦିଆଯିବ । କାରଣ ସେମାନଙ୍କର କାମକୁ ପରିଚୟ ମିଳିପାରି ନାହିଁ । ମହିଳାଙ୍କ ସମ୍ମାନକୁ ଅଧିକ ଗୁରୁତ୍ୱ ଦିଆଯିବ । 

Leave a Reply

Your email address will not be published. Required fields are marked *