ପରୀର କୌଣସି ହାଡ଼ ନିଖୋଜ ହୋଇନାହିଁ : ଅରୁଣ ବୋଥ୍ରା

ପରୀ ହତ୍ୟାକାଣ୍ଡରେ ଏସଆଇଟି ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି ସାରିଛି ତଥାପି ଏବେବି ଲୋକଙ୍କ ପ୍ରଶ୍ନ ଓ ସନ୍ଦେହ ଘେରରେ ଏସଆଇଟି । ପ୍ରଥମରୁ ହିଁ ସେଇ ଗୋଟିଏ ପ୍ରଶ୍ନ “ପରୀ ମୃତଦେହର ଅନ୍ୟ ସବୁ ଅଂଶ ଗଲା କୁଆଡେ?”ର ଉତ୍ତର ଖୋଜି ପାଉନଥିବା ବେଳେ ଏବେ ହଠାତ୍ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବୟାନ୍ ପୁଣି ତାଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଛି ।

ଅରୁଣ ବୋଥ୍ରାଙ୍କ କହିବା ଅନୁସାରେ ପରୀର କୌଣସି ବି ହାଡ଼ ନିଖୋଜ ହୋଇ ନାହିଁ । ଗୋଟିଏ ଛୋଟ ଝିଅର ଦେହରେ ଯେତିକି ହାଡ଼ ରହିବା କଥା ସେତିକି ଉଦ୍ଧାର ହୋଇଛି ଓ ବାକି ସବୁ ଟେଷ୍ଟ ପାଇଁ ଫରେନ୍ସିକ୍ ଲ୍ୟାବ ପଠାଯାଇଛି । ତେବେ ଜାମୁ କୋଳି ଗପ ପରେ ଏହି ମନ୍ତବ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଆସୁଛି ଯେ ପରୀର ମୃତ ଦେହ ମିଳିବା ପରେ ତାର ହାଡ଼ ଟେଷ୍ଟ ପାଇଁ ପଠାଯାଇଥିଲା ନା ମୃତ ଦେହ ଉଦ୍ଧାର ହେବା ପୂର୍ବରୁ ପରୀର ହାଡ଼ ଫରେନ୍ସିକ୍ ଲ୍ୟାବ ପଠାଯାଇଥିଲା । କାରଣ ଉଦ୍ଧାର ସମୟରେ ତ ମାତ୍ର ୧୨-୧୪ ଖଣ୍ଡ ହାଡ଼ ହିଁ ଉଦ୍ଧାର କରାଯାଇଥିଲା ତାହାଲେ ବାକି ସବୁ ହାଡ଼ କେତେବେଳେ ଫରେନ୍ସିକ୍ ଲ୍ୟାବକୁ ଟେଷ୍ଟ ପାଇଁ ପଠାଗଲା?

Leave a Reply

Your email address will not be published. Required fields are marked *