ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ : କିଏ ମାରିବ ବାଜି, ବର୍ତ୍ତମାନ ସୁଦ୍ଧା ଉଭୟ ଆସନରେ ବିଜେଡି ପଲ୍ଲା ଭାରି

ବହୁ ପ୍ରତୀକ୍ଷିତ ବାଲେଶ୍ୱର ସଦର ଓ  ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି ।  ବର୍ତ୍ତମାନ ବାଲେଶ୍ୱର ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା 2671ଭୋଟରେ ବିଜେଡି ଆଗୁଆ ରହିଥିବା ବେଳେ ତିର୍ତ୍ତୋଲରେ ମଧ୍ୟ ପଂଚମ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ ରହିଛି ।   ତେବେ ବାଲେଶ୍ବର ଓ  ତିର୍ତ୍ତୋଲ ଆସନରେ କିଏ ବାଜି ମାରିବ ଆଜି ଭୋଟ ଗଣତି ପରେ ଫଳାଫଳ ଆସିଲେ ଜଣାପଡିବ  ।

ବାଲେଶ୍ୱର ସଦର ଓ  ତିର୍ତ୍ତୋଲ ରେ ଉପନିର୍ବାଚନର ମତଗଣନା ଆଜି ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି  ସନ୍ଧ୍ୟା ସୁଦ୍ଧା ଫଳାଫଳ ଆସିବ  ।  ବର୍ତ୍ତମାନ ବାଲେଶ୍ୱରରେ 2671 ଭୋଟରେ ବିଜେଡି ଆଗୁଆ ରହିଛି  । ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଭାଗରେ ମୋଟ 14480 ଭୋଟ ପଡିଥିବା ବେଳେ , ବିଜେପି ପାଇଛି 11809 , କଂଗ୍ରେସ 1466 । ବିଜେଡି 2671 ଭୋଟରେ ଆଗୁଆ ରହିଛି । ସେହିପରି ତିର୍ତ୍ତୋଲ ଉପନିର୍ବାଚନରେ 6400 ଭୋଟରେ ବିଜେଡି ଆଗୁଆ ରହିଛି  । ପଂଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଭାଗରେ ମୋଟ 18397 ଭୋଟ ପଡିଥିବା ବେଳେ , ବିଜେପି ପାଇଛି 11997 , କଂଗ୍ରେସ 2247 ଭୋଟ ପାଇଛି ।   ସୁରକ୍ଷା ପାଇଁ  ମତଗଣନା କେନ୍ଦ୍ର ନିକଟରେ ପୋଲିସ ମୁତୟନ କରାଯାଇଥିବା ବେଳେ କୋଭିଡ କଟକଣା ମଧ୍ୟରେ ଭୋଟ ଗଣତି ହେଉଛି 

Leave a Reply

Your email address will not be published. Required fields are marked *