ଓଡ଼ିଶା ପତ୍ରକାର ସଂଘର ଏକାଦଶତମ ବାର୍ଷିକ ଉତ୍ସବ
ରାୟଗଡ(ପାଇକପୁଅ)ଓଡିଶା ପତ୍ରକାର ସଂଘର ଏକାଦଶତମ ବାର୍ଷିକ ଉତ୍ସବ ରାୟଗଡ ଠାରେ ଅନୁଷ୍ଠିତ ହୋଇଯାଇଛି।ଗତ୨୦ ତାରିଖ ରବିବାର ଦିନ ସ୍ଥାନୀୟ ଲାୟନ୍ସ କ୍ଲବ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ପୂର୍ବତନ ଉପ-ବାଚସ୍ପତି ତଥା ଓପେପା ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ରାୟଗଡ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।ସଙ୍ଘର ପ୍ରତିଷ୍ଠାତା ସଭାପତି ସୁରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ କୋରନା ମହାମାରୀରେ ମୃତ୍ୟୁ ବରଣ କରିଥିବା କୋରନା ଯୋଦ୍ଧାଙ୍କ ଉଦ୍ଧେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କାରାଯାଇଥିଲା।ଅତିଥି ମାନଙ୍କ ଦ୍ୱାରା ସଙ୍ଘର ମୁଖପାତ୍ର ପତ୍ରକାର-୨୦୨୦ ଉନ୍ମୋଚନ କରାଯାଇଥିଲା। ସଭାପତି ଅବିନାଶ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ।ସାଧାରଣ ସମ୍ପାଦକ ରାମଦାସ ଲିମା ବାର୍ଷିକ ବିବରଣୀ ପାଠ କରିଥିଲେ।ମହାମାରୀ କୋରନା ସମୟରେ ସେବା ଯୋଗାଇଥିବା,ଡାକ୍ତର, ନର୍ସ, ଅଙ୍ଗନବାଡି ଓ ଆଶାକାର୍ମୀ,ଏବଂ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା।ଶେଷରେ ସଙ୍ଘର ଉପ-ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।