ସ୍ଵଛ ବିନ୍ଦୁ ସାଗର ପ୍ରକଳ୍ପ ଉଦଘାଟିତ

ଭୁବନେଶ୍ୱର-09/01(ପାଇକପୁଅ) ଇଣ୍ଡିଆନ ଅଏଲର ସିଏସଆର ପ୍ରକଳ୍ପ ଅନ୍ତର୍ଗତ “ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପ” ଉଦଘାଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ,ଇସ୍ପାତ ଓ ଖଣିମନ୍ତ୍ରୀ ଶ୍ରୀ ପ୍ରଫୁଲ କୁମାର ମଲ୍ଲିକ, ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ,ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ରଘୁନାଥ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଛ ଭାରତ ଅଭିଯାନରେ ଆଇସିଟି – ଆଇଓସିଏଲ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ବିଶେଷ ଟେକ୍ନୋଲୋଜି ଜରିଆରେ ଖୁବ ଶୀଘ୍ର ବିନ୍ଦୁ ସାଗରର ପବିତ୍ର ପୁଷ୍କରିଣୀ ପରିଷ୍କାର ହେବ । ବିନ୍ଦୁସାଗରର ଚାରିପଟେ ଚାରୋଟି ପମ୍ପିଂ ସିଷ୍ଟମ ଅବସ୍ଥାପିତ ହୋଇଥିବା ବେଳେ ଖୁବ୍ ଶୀଘ୍ର ଏକାମ୍ର ତଥା ଭୁବନେଶ୍ୱର ବାସୀଙ୍କ ବିନ୍ଦୁ ସାଗରର ପବିତ୍ର ଜଳ ସ୍ୱଚ୍ଛ ଓ ନିର୍ମଳ ହେବାର ସ୍ୱପ୍ନ ପୂରଣ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଆମର ଜାତୀୟ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ପାଇଁ ବଦ୍ଧପରିକର । ଭୁବନେଶ୍ୱରରେ ପୂରାତନ ଗୌରବକୁ ପୁର୍ନଜୀବିତ କରିବା ଏବଂ ଏହାକୁ ପର୍ଯ୍ୟଟନର ପ୍ରମୁଖସ୍ଥଳୀ ଭାବରେ ବିକଶିତ କରିବା ଦିଗରେ ଆଜିର ପଦକ୍ଷେପ ପ୍ରଶଂସନୀୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *