ଜଗତସିଂହପୁର ଜିଲ୍ଲାରେ ପହଁଚିଲା କୋଭିଡ ଟୀକା


ଜଗତସିଂହପୁର:(ପ୍ରତାପ କୁମାର ସିଂହ)ବହୁ ପ୍ରତୀକ୍ଷିତ କୋଭିଡ ଟୀକା ଆଜି ଜଗତସିଂହପୁର ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟର ଟୀକା ଭଣ୍ଡାରରେ ପହଂଚିଛି । ଜିଲାର ଭ୍ୟାକସିନ ଭ୍ୟାନ ଯୋଗେ ରାଜ୍ୟ ଟୀକା ଭଣ୍ଡାରରୁ କୋଭିସିଲଡ଼ ଭ୍ୟାକସିନ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଜଗତସିଂହପୁରରେ ପଂହଁଚିଛି । ଆସନ୍ତା ୧୬ ଜାନୁଆରୀ ୨୦୨୧ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟ , ଗୋଷ୍ଟି ସ୍ବାସ୍ତକେନ୍ଦ୍ର ବାଲିକୁଦା ,ବିରିଡି ଓ ରଘୁନାଥପୁରର ହେଲଥକେୟାର ୱାର୍କରମାନଙ୍କୁ ପ୍ରଦାନ କରାଯିବ। ଜିଲାରେ ମୋଟ ୭୯୫୨ ଜଣ ହେଲଥକେୟାର ୱାର୍କରମାନଙ୍କୁ କୋଭିଡ ଭ୍ୟାକସିନ ତାଲିମପ୍ରାପ୍ତ ଭ୍ୟାସ୍କିନେଟରମାନଙ୍କ ଦ୍ୱାରା ପ୍ରଦାନ କରାଯିବ। କୋଭିଡ ଭ୍ୟାକସିନ ପଂହଁଚିବା ସମୟରେ ଜିଲାମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ ଅଧିକାରିଣୀ ଡା:ବିଜୟା ପଣ୍ଡା ଓ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା:ପ୍ରମୋଦ କୁମାର ବାରିକ,ଡିପିଏମ ଚକ୍ରଧର ଜେନା , ଡେପୁଟି ମ୍ୟାନେଜର ଶ୍ରୀ ସୁକାନ୍ତ କୁମାର ପ୍ରଧାନ , ଜିଲା ଡାଟା ମ୍ୟାନେଜର ଜ୍ୟୋତିରଞ୍ଜନ ପରିଡା,ଡିଭିଏଲଏମ ପାର୍ଥସାରଥୀ କରଶର୍ମା,କୋଲଡ଼ଚେନ ଟେକ୍ନିସିଆନ ମନୋରଞ୍ଜନ ମହାପାତ୍ର ଏବଂ ଆଇସିଏ ରାଜେଶ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ଉପରିକ୍ତ ୪ଟି ଟୀକାକରଣ କେନ୍ଦ୍ରକୁ ଭ୍ୟାକସିନ ଭ୍ୟାନ ଯୋଗେ କୋଭିଡ ଭ୍ୟାକସିନ ପଠାଯିବ ।

Leave a Reply

Your email address will not be published. Required fields are marked *